୪ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଲା ଗସ୍ତ ବିବରଣୀ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ୧୧୯, ୧୨୦, ୧୨୧ଓ ୧୨୨ନଂ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ତଥ୍ୟ ଅନୁଯାୟୀ, ୧୧୯ନଂ ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବୁଢିଜାମର ୧୮ବର୍ଷୀୟା ଯୁବତୀ । ସେ ଏପ୍ରିଲ ୨୨ତାରିଖରେ କଲିକତା ବଡ଼ବଜାରରୁ ଭଡ଼ା ଗାଡ଼ିକରି ଆସିଥିଲେ । ୨୩ ରୁ ୨୯ ଯାଏଁ ବୁଢିଜାମରେ ଥିବା କ୍ୱାରେନଂଟାଇନ୍ ରେ ରହିଥିଲେ । ନମୁନା ପରୀକ୍ଷା ପରେ ୨୯ରେ ପଜିଟିଭ ଆସିଥିଲା । ଆଉ ତା’ପରେ ୨୯ତାରିଖରେ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

୧୨୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ ବୋଲି ସୂଚନା ଦିଆଯାଇଛି । ମାର୍ଚ୍ଚ ୨୨ ତାରିଖରେ ତାଲାବନ୍ଦ ପରେ ସେ ନିଜ ଘରେ ପରିବାର ସହ ରହିଥିଲେ । ଏପ୍ରିଲ ୭ ତାରିଖରେ ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପ୍ରିଲ ୯ ରେ କଂଟାକ୍ଟ ଟ୍ରେସିଂ,ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିଲା । ଏପ୍ରିଲ ୨୮ରେ ପୁଣି ଥରେ ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ତାପରେ କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା।

୧୨୧ ନମ୍ବର ଆକ୍ରାନ୍ତ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଂଚରପଲ୍ଲୀ ଅଂଚଳର ୬୦ ବର୍ଷର ବୃଦ୍ଧ । କୋଲକତାରୁ ବଡ଼ବଜାରରୁ ସେ ଗାଡ଼ି କରି ୮ ଜଣଙ୍କ ସହ ଆସିଥିଲେ ।

୧୨୨ ନମ୍ବର ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁରର ୩୪ ବର୍ଷିୟ ଯୁବକ । ସେ ଏପ୍ରିଲ ୨୫ରେ କୋଲକତାରୁ ରେଢାଖୋଲ ଆସିଥିଲେ । ଟ୍ରକରେ କୋଲକାତାରୁ ଫେରିବା ପରେ ରେଢାଖୋଲରୁ ଘରକୁ ଚାଲି ଚାଲି ଆସି ୨୬ ଏପ୍ରିଲରୁ ଏପ୍ରିଲ ୨୯ ଯାଏଁ ଘରେ ରହିଥିଲେ । ଏପ୍ରିଲ ୨୯ରେ ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।