୪୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟସରକାର ଆଜି ୪୬ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି । ଏହି ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ଜଣ ସଙ୍ଗରୋଧ କେନ୍ଦ୍ରର, କଂଟେନମେଂଟ ଜୋନର ୨ ଜଣ ଅଛନ୍ତି। ଏହି  ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ସୁରତ ଫେରନ୍ତା ବୋଲି ବି କୁହାଯାଇଛି । ଗଞ୍ଜାମରୁ ସର୍ବାଧିକ ୨୧ ଜଣ ସୁରତ ଫେରନ୍ତା ତଥ୍ୟ ପ୍ରଦାନ କରାଯାଇଛି।


ଠିକ୍ ସେହିପରି ବାଲେଶ୍ୱରର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ସୁରତ ଓ ଅନ୍ୟ ଜଣେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ବୌଦ୍ଧ, କଟକ, ପୁରୀ ଓ ମୟୂରଭଞ୍ଜର ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଅପରପକ୍ଷରେ ଯାଜପୁରର ୪ ପଜିଟିଭରୁ ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ରାଉରକେଲା କଂଟେନମେଂଟ ଜୋନରୁ ୨ ପଜିଟିଭ ଚିହ୍ନଟ ହୋଇଥିବା ଏଥିରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜି ପୁଣି ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।