ପୁଣି ଥରେ ରାଜଧାନୀକୁ ଫେରିଲା କରୋନା

ଭୁବନେଶ୍ୱର :ରାଜ୍ୟରେ ମଙ୍ଗଳବାର ଚିହ୍ନଟ ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ସରକାର ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏମାନଙ୍କ ଭିତରୁ ୪୬ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏଥିମଧ୍ୟରୁ ଯାଜପୁରର ୩୦,  ଭଦ୍ରକର ୧୨, ଅନୁଗୁଳର ୨ ଏବଂ ସମ୍ବଲପୁରର ୨ଜଣ ଅଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ବୋଲି ସରକାର ତଥ୍ୟ ଦେଇଛନ୍ତି।

travel history 102 corona positive

ଅନ୍ୟ ପକ୍ଷରେ କରୋନା ମୁକ୍ତ ହୋଇଥିବା ରାଜଧାନୀ ସହର ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କରୋନା। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱରର ଓ ସେମାନେ ସ୍ଥାନୀୟ ଉତ୍ସରୁ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି।

ଆଜି ଭୁବନେଶ୍ୱରରୁ ୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଥିବା ବେଳେ କଟକରୁ ଜଣେ ସ୍ଥାନୀୟ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଗତକାଲି କରୋନାମୁକ୍ତ ଘୋଷଣା ହୋଇଥିବା ଭୁବନେଶ୍ୱରକୁ କରୋନା ଫେରିଥିବା ସ୍ପଷ୍ଟ ହୋଇଛି।

travel history 102 corona positive

ଅନ୍ୟ ପକ୍ଷରେ ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଭଦ୍ରକ ଜିଲ୍ଲାରୁ ୨୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ଅନୁଗୁଳ ଜିଲ୍ଲାରୁ୨ ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।