ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ତଦନ୍ତ ହେବ । ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।  ସେ ଆହୁରି କହିଛନ୍ତି ଯେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଆଗକୁ ଯେଭଳି ଏମିତି ଘଟଣା ନ ଘଟେ, ସେନେଇ ମଧ୍ୟ ପଦକ୍ଷେପ ନିଆଯିବ ।

ମେଲପତୁ ଗାଁ ନିକଟରେ ୧୧ କେଭି  ବିଦ୍ୟୁତ ତାର ଦୀର୍ଘ ଦିନରୁ ଓହଳି ଥିଲା । ଏନେଇ ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉ ନଥିବା ଗାଁ ଲୋକେ ଅଭଯୋଗ କରିଛନ୍ତି। ଏହି କାରଣରୁ  ଆଜି ଏପରି ଦୁର୍ଘଟଣା ଘଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।