ଔରଙ୍ଗାବାଦ: ଶୁକ୍ରବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ଟ୍ରେନ୍ ଚଢ଼ିଯିବାରୁ ପ୍ରାୟ ୧୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନଙ୍କ ମଧ୍ୟରେ କେତେକ ଶିଶୁ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ପ୍ରବାସୀ ଶ୍ରମିକମାନେ ଫ୍ଲାଇଓଭର୍ ପାଖରେ ଥିବା ଔରଙ୍ଗାବାଦ-ଜଲ୍ନା ରେଳ ଧାରଣା ଉପରେ ଶୋଇଥିବା ବେଳେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ସେମାନେ ଚାଲି ଚାଲି ଛତିଶଗଡ଼ ଅଭିମୁଖେ ଯାଉଥିଲେ। ବିଶ୍ରାମ କରିବା ପାଇଁ ସେମାନେ ରେଳ ଧାରଣା ଉପରେ ଶୋଇ ପଡ଼ିଥିଲେ।
ଦୁର୍ଘଟଣାସ୍ଥଳୀ ଔରଙ୍ଗାବାଦ ଜିଲ୍ଲାର କର୍ମାଡ୍ ଥାନା ଅଧୀନରେ ଆସୁଛି। ସକାଳ ପ୍ରାୟ ୬ଟା ବେଳେ ପୁଲିସ ଓ ରେଳବାଇ ଅଧିକାରୀ ଘଟଣା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। କର୍ମାଡ୍ ପୁଲିସ ରେଳ ଧାରଣା ଉପରୁ ଶବଗୁଡ଼ିକୁ ଉଦ୍ଧାର କରିଛି ।