ପୂର୍ବତଟ ରେଳପଥ: ସେପ୍ଟେମ୍ବର ୧୦ରୁ ଅତିରିକ୍ତ ଅନ୍ତରାଜ୍ୟ ସ୍ୱତନ୍ତ୍ର ଟ୍ରେନ ବୁକିଂ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଅନ୍ତରାଜ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ଏଥିନେଇ ୫ଟି ଅନ୍ତରାଜ୍ୟ ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ କରାଯାଇଛି। ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ, ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳପଥ ମଧ୍ୟ ଦେଇ ହାଓଡ଼ା ଓ ତିରୁଚିରାପଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ, ସେପ୍ଟେମ୍ବର ୧୨ରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସେପ୍ଟେମ୍ବର ୧୦ରୁ ସ୍ୱତନ୍ତ୍ର ଟ୍ରେନ ପାଇଁ ବୁକିଙ୍ଗ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଦନା ଦିଆଯାଇଛି। ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ ସାଇଟରୁ ଟିକେଟ ଉପଲବ୍ଧ ହୋଇପାରିବ I ସ୍ୱତନ୍ତ୍ର ଟ୍ରେନ୍‌ରେ କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନରେ ଯାଇପାରିବେ। ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଆଲଦI ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ I