ଟ୍ରେନ ବଗିରେ ନିଆଁ

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଛି। ଦିଲ୍ଲୀ ଷ୍ଟେସନରେ ଏଭଳି ଘଟଣା ଘଟିଛି। ଚଣ୍ଡିଗଡ଼-କୋଚୁଭାଲ୍ଲି ଏକ୍ସପ୍ରେସର ସାମ୍ନା ପଟ ବଗିରେ ଏହି ଅଗ୍ନିକାଣ୍ଡ ଘଟିଛି।

ଟ୍ରେନ୍‌ଟି ୮ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା। ତେବେ ହଠାତ୍‌ ଏହାର ଗୋଟିଏ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ୧୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବଗିରେ ନିଆଁ ଲାଗିବା ପରେ ତୁରନ୍ତ ଏହାର ନିକଟସ୍ଥ ବଗିରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।