ଭୁବନେଶ୍ୱର: ନାଗରିକତା ସଂଶୋଧନ ବିଲକୁ ନେଇ ଦିନକୁ ଦିନ ବିବାଦ ଲାଗି ରହିଛି । ଏ ନେଇ ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ହାଓଡ଼ା-ଖଡ଼ଗପୁର ରେଳବାଇ ସେକ୍ସନ୍ର ବିଭିନ୍ନ ରେଳବାଇ ଷ୍ଟେସନ୍ରେ ବିକ୍ଷୋଭ ଚାଲିଥିବା କାରଣରୁ କେତେଗୁଡ଼ିଏ ଟ୍ରେନ୍ ବାତିଲ କରାଯାଇଛି।
ସିଆଲଦାରୁ ୧୬. ୧୨ ୨୦୧୯ରେ ଆସିବାକୁ ଥିବା ୨୨୨୦୧ ସିଆଲଦା-ପୁରୀ ଏକ୍ସ୍ପ୍ରେସ୍ ବାତିଲ ହୋଇଛି। ଲିଙ୍କ୍ ଟ୍ରେନ୍ ବାତିଲ ହୋଇଥିବା କାରଣରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସ୍ପ୍ରେସ୍ ବାତିଲ ହୋଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୫୮୦୦୨ ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର୍କୁ ବାତିଲ କରାଯାଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ୫୮୪୦୪ ପୁରୀ-ଖୋର୍ଦ୍ଧା ପାସେଞ୍ଜର୍ ମଧ୍ୟ ବାତିଲ ହୋଇଛି। ଚେନ୍ନାଇରୁ ୧୬. ୧୨. ୧୯ରେ ଛାଡ଼ିବାକୁ ଥିବା ୨୨୮୬୦ ଚେନ୍ନାଇ-ପୁରୀ ଏକ୍ସ୍ପ୍ରେସ୍କୁ ମଧ୍ୟ ବାତିଲ କରାଯାଇଛି।