ଟ୍ରେଡ ୟୁନିଅନଗୁଡ଼ିକର ୨ ଦିନିଆ ବନ୍ଦ ଡାକରା ,କଂଗ୍ରେସ ଓ ବିଜେଡିର ସମ୍ମର୍ଥନ

ଭୁବନେଶ୍ବର :  ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିଅନଗୁଡ଼ିକ। ତେବେ ଏହାକୁ ବାମ ସମର୍ଥିତ କୃଷକ ସଂଘ । ଦୁଇ ଦିନ ବନ୍ଦ। ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ କିନ୍ତୁ ସମର୍ଥନ କରୁଛନ୍ତି ଅଧିକାଂଶ କର୍ମଚାରୀ ଏବଂ ଶ୍ରମିକ ସଂଗଠନ । ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଆଦି ୧୦ ସଂଗଠନ ମିଳିତ ଭାବେ ବନ୍ଦ ଡାକରା ଦେଇଛନ୍ତି। ଯାହାକୁ ସମର୍ଥନ କରୁଛନ୍ତି ବ୍ୟାଙ୍କ, ଇନସୁରାନ୍‌ସ. ଟେଲିକମ, ବନ୍ଦର ଓ ପରିବହନ ଭଳି କର୍ମଚାରୀ ସଂଗଗୁଡ଼ିକ, ତେଣୁ ବ୍ୟାଙ୍କ ସମେତ ସରକାରୀ କାର୍ଯ୍ୟାଳୟ ସମେତ ଓ ପରିବହନ ସେବା ବିଶେଷ ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାରଙ୍କ     ପ୍ରସ୍ତାବିତ ଟ୍ରେଡ ୟୁନିୟନ ସଂଶୋଧନ ବିଲ୍‌ ୨୦୧୮ ବିରୋଧରେ ହିଁ ସିଟୁ ସମେତ ଟ୍ରେଡ ୟୁନିଅନଗୁଡ଼ିକ ବନ୍ଦ ଡାକରା ଦେଇଛନ୍ତି। ୮ ତାରିଖ ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ ।

 ସେହିପରି ମେକ୍‌ ଇଣ୍ଡିଆ ନାଁରେ କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଉଛନ୍ତି। ଏଥିରେ ସରକାରୀ ସଂସ୍ଥା ଓ କମ୍ପାନିଗୁ଼ଡ଼ିକର କର୍ମଚାରୀ ପ୍ରଭାବିତ ହେବାକୁ ଯାଉଛନ୍ତି। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ବିଦେଶୀ କମ୍ପାନିକୁ ଅନୁଗ୍ରହ ଦେଖାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଭାରତୀୟ ମଜଦୂର ସଂଘ ଓଡ଼ିଶା ନିଜକୁ ଏହି ବନ୍ଦର ଠାରୁ ଦୂରେଇ ରଖିଛି

ବନ୍ଦର ପ୍ରଭାବ ଓଡ଼ିଶାରେ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ।କିନ୍ତୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ବନ୍ଦକୁ ସହଯୋଗ କରିବ । ବନ୍ଦକୁ ରାଜ୍ୟ କଂଗ୍ରେସ ବି ସହଯୋଗ କରିବ ବୋଲି  କଂଗ୍ରେସ ମୁଖପାତ୍ର କହିଛନ୍ତି ।

ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ପୋଲିସ ବିଶେଷ ଭାବେ ସତର୍କ ହୋଇପଡ଼ିଛି। ଯେଭଳି କୌଣସି ହିଂସାକାଣ୍ଡ ନ ଘଟେ, ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ ତା ଉପରେ ଦୃଷ୍ଟି ରଖିଛି ପୋଲିସ। ଏଥିପାଇଁ କେବଳ ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ବନ୍ଦକୁ ଗ୍ରାମାଞ୍ଚଳରେ ପ୍ରଭାବିତ କରିବା ଲାଗି କୃଷକ ସଂଗଠନଗୁଡ଼ିକ ସକ୍ରିୟ ରହିବେ। ତେଣୁ ଗାଁରୁ ସହର ବନ୍ଦର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।