ଗ୍ୟାଙ୍ଗଷ୍ଟାର୍ ଟିଟୋର ସାନ ଭାଇ ସପୋକୁ ନୋଟିସ ଜାରି

କେନ୍ଦ୍ରାପଡା: ଦୁର୍ଦ୍ଦାନ୍ତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର୍ ଟିଟୋର ସାନ ଭାଇ ସୟଦ ଇମରାନ ଅଲ୍ଲୀ ଓରଫ୍ ସପୋକୁ ଟାଉନ୍ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ବିଭିନ୍ନ ମାମଲାରେ ଏସଟିଏଫ ଦ୍ଵାରା ଗିରଫ ହୋଇ ସପୋ ଜାମିନରେ ଆସିଥିବାବେଳେ ଜାମିନ ସର୍ତ ଖିଲାପ କରିବାରୁ ଟାଉନ୍ ଥାନା ପକ୍ଷରୁ ନୋଟିସ କରାଯାଇଥିବା ସୂଚନା ।