ଓଡ଼ିଶାରେ ବିକଶିତ ହେବ ୯ଟି ସର୍କିଟ ଓ ୧୩ଟି ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର:ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।  ୯ଟି ସର୍କିଟ ଓ ୧୩ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ । 

ଓଡ଼ିଶାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି ଯାହାର ବିକାଶ ଓ ପରିଚୟ ଆଜି ବି ଲୋକଙ୍କ ପାଖରେ ପହଂଚି ପାରୁନାହିଁ ଏବଂ କିଛି ଏପରି ସ୍ଥଳୀ ଅଛି ଯାହାର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇପାରୁନାହିଁ । ତେଣୁ ଆଜି ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ବସିଥିଲା । ଏହି ବୈଠକରେ ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଆଲୋଚନା କରାଯାଇଛି । ରାଜ୍ୟରେ ଥିବା ୯ଟି ସର୍କିଟ ଓ ୧୩ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ।  ବୌଦ୍ଧ ସର୍କିଟ, ଘରୋଇ ଓ ପରିବେଶ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯିବ । ରମ୍ଭା ଓ ଚିଲିକାରେ ହୋଟେଲ ଓ ରିସର୍ଟ ପ୍ରତିଷ୍ଠା କରାଯିବ । 

ଚିଲିକା ଓ ଭିତରକନିକାରେ ହାଉସ୍ ବୋଟ ସୁବିଧା ରଖାଯିବ । ଏହା ସହ ଭାରତୀୟ ସର୍ଫିଙ୍ଗ ସଂଘର ସହଭାଗିତାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି । ସେହିପରି ୨୦୨୦ ସୁଦ୍ଧା ପର୍ଯ୍ୟଟନ ବିକାଶ ସଂପର୍କିତ ପ୍ରକଳ୍ପ ଶେଷ କରାଯିବ ଓ ଆଉ ୬ଟି ସହରରେ ଡୋମେଷ୍ଟିକ୍ ରୋଡ୍ ସୋ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।