ଓଡିଶା ହେବ ଟୁରିଜିମର ଡେଷ୍ଟିନେସନ : ଚନ୍ଦ୍ରଭାଗା ଇକୋ-ରି ଟ୍ରିଟ୍ ରେ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମିଳନୀ

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର:  ଓଡିଶାରେ ପର୍ଯ୍ୟଟନ  ଅପାର ସମ୍ଭାର ରହିଛି । ଏହାକୁ ସୋ କେସ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଓଡିଶାର ପର୍ଯ୍ୟଟନକୁ ସାରା ଦେଶରେ ପହଁଚାଇବାକୁ ରାଜ୍ୟରେ ଆୟୋଜନ ହୋଇଛି ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମିଳନୀ । ଚନ୍ଦ୍ରଭାଗା ଇକୋ-ରି ଟ୍ରିଟ୍ ରେ ୨୩ ଓ ୨୪ ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ପ୍ରାୟ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । 

ଓଡିଶା ହେବ ଟୁରିଜିମର ଡେଷ୍ଟିନେସନ। ଦେଶ ବିଦେଶରେ ପହଞ୍ଚିବ ଓଡିଶାର ସୌନ୍ଦର‌୍ୟ୍ୟ । ରାଜ୍ୟର ପର୍ଯ୍ୟଟନକୁ ମିଳିବ ସ୍ବତନ୍ତ୍ର ପରିଚୟ । ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ଶୋଭାରାଜିରେ ଭରପୁର ଓଡିଶାର ପର୍ଯ୍ୟଟନକୁ ସାରା ଦେଶରେ ପହଞ୍ଚାଇବାକୁ ଓଡିଶାରେ ଆୟୋଜନ ହେଉଛି ଦେଶର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ମହା ସମ୍ମିଳନୀ । ଚନ୍ଦ୍ରଭାଗା ଇକୋ-ରି ଟ୍ରିଟ୍ ରେ ୨୩ଓ ୨୪ ଦୁଇଦିନ ଧରି ହେବ ସମ୍ମିଳନୀ । ଏହି ସମ୍ମଳନୀରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବ । ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ରଖାଯିବ । ଏହାଦ୍ଵାରା ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।