ଭୁବନେଶ୍ୱର:ବିଧାନସଭାରେ ଉଠିଲା ରାଜ୍ୟର ଭିକାରି ପ୍ରସଙ୍ଗ । ଭିକାରୀ ପ୍ରସଙ୍ଗରେ ବିରୋଧି ଦଳ ନେତାମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ବିରୋଧି ଦଳ ନେତାଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ଯେ ,ଓଡ଼ିଶାର କଟକରେ ଭିକାରିଙ୍କ ସଂଖ୍ୟା ସର୍ବାଧିକ । ରାଜ୍ୟରେ ଥିବା ଭିକାରିଙ୍କ ସଂଖ୍ୟା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।
ବିରୋଧୀ ଦଳର ନେତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି , ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୬୩୯୦ ଭିକାରି ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି । ଏହି କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟରେ ରହିଛି । ବଲାଙ୍ଗୀରରେ ୭୦୮ଭିକାରି ରହିଥିବା ସୂଚନା ମିଳିଛି । ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ୪୮୫ ,ଗଞ୍ଜାମରେ ୪୫୮, ପୁରୀରେ ୧୨୦, ବୈାଦ୍ଧରେ ୧୯ ଓ ମାଲକାନଗିରିରେ ୨୧, ଦେବଗଡ଼ରେ ସର୍ବନିମ୍ନ ୧୬ଜଣ ଭିକାରି ରହିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
ରାଜ୍ୟରେ ଭିକାରିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଓଡ଼ିଶାରେ ଦୀର୍ଘ ୨୦ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟସରକାର ଭିକାରିଙ୍କ ସଂଖ୍ୟା ହ୍ରାସ କରିବାରେ ବିଫଳ ହୋଇଛନ୍ତି । ଭିକାରି ସଂଖ୍ୟା ହ୍ରାସ କରିବା ପାଇଁ ସରକାର କୈାଣସି ଦୃଢ ପଦକ୍ଷେପ ନେଇନାହାଁନ୍ତ କି ଭିକାରିଙ୍କୁ ରୋଜଗାର କ୍ଷମ କରିବା ପାଇଁ ମଧ୍ୟ ରାଜ୍ୟରେ ସେମିତି କୈାଣସି ସୁବିଧା ଯୋଗାଇ ନାହାଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।