କୋରୋନା ଆତଙ୍କ: ଦେଶରେ ୩୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା(COVID19) । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୩୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ଦେଶରେ ବର୍ତମାନ ସୁଦ୍ଧା ୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀର ଉତମ ନଗରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଥାଇଲାଣ୍ଡ ଓ ମାଲେସିଆ ଯାଇଥିବା ଜଣାପଡିଛି । ସୂଚନାଥାଉକି, କୋରୋନା ଭାଇରସ ପାଇଁ ଚୀନରେ ଶୁକ୍ରବାର ସୁଦ୍ଧା ୩୦୪୨ ଲୋକ ପ୍ରାଣ ହରାଇ ସାରିଲେଣି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫୫୨ରେ ପହଂଚିଛି । ସେପଟେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫,୩୩୩ରେ ପହଂଚିଥିବା ଜଣାପଡିଛି ।