ହିଜବୁଲ କମାଣ୍ଡର ରିଆଜ ନାଇକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ୮ଜଣ ଯବାନ ସହିଦ୍ ହେବା ପରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି ସୁରକ୍ଷାବଳ । ଆଜି ପୁଲୱାମା ଜିଲ୍ଲାର ଅବନ୍ତୀପୋରର ବେଗପୋରା ଅଂଚଳରେ ଆତଙ୍କବାଦୀ ଏବଂ  ସୁରକ୍ଷାବାହିନୀ ମଧ୍ୟରେ ଏନକାଉଂଟର ଆରମ୍ଭ ହୋଇଛି। ହିଜବୁଲ କମାଣ୍ଡର ରିଆଜ ନାଇକୁକୁ ସୁରକ୍ଷାକର୍ମୀ ମାନେ ଘେରି ରହିଥିବା ଜଣାପଡିଛି ।

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ରିୟାଜ ନାଇକୁକୁ ତାର ନିକଟରେ ଥିବା ତାର ପିଏସଓ (ଆତଙ୍କବାଦୀମାନେ କଭର ଦେଉଛନ୍ତି) ଘେରି ରହିଛନ୍ତି। ଆହୁରି ମଧ୍ୟ ଦକ୍ଷିଣ କାଶ୍ମୀରର କେତେକ ଅଂଚଳରେ ଇଂଟରନେଟ୍ ସେବା ବନ୍ଦ କରାଯାଇଛି। ସୁରକ୍ଷା ବାହିନୀର ଏକ ଅତିରିକ୍ତ ଦଳ ମଧ୍ୟ ଘଟଣାସ୍ଥଳରେ ପହଂଚି ଆଖପାଖ ଅଂଚଳକୁ କର୍ଡନ କରାଯାଇଛି।