ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା ଆଇପିଏସ ଅଫିସରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଆଇପିଏସ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଭିଆର ଲକ୍ଷ୍ମୀନାରାୟଣ। ଚେନ୍ନାଇରେ ଗତକାଲି ୯୧ ବର୍ଷ ବୟସରେ ଭିଆର ଲକ୍ଷ୍ମୀନାରାୟଣଙ୍କର ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ତାଙ୍କର ପରଲୋକ ହୋଇଛି। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

୧୯୭୭ ମସିହାରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ଥିବା ବେଳେ ଭିଆର ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସରକାରଙ୍କ ନିର୍ଦ୍ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିଲେ।  ଭିଆର ନାଁରେ ପରିଚିତ ଲକ୍ଷ୍ମୀନାରାୟଣ ୧୯୫୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ୧୯୮୫ ମସିହାରେ ଲକ୍ଷ୍ମୀନାରାୟଣ ତାମିଲନାଡୁର ପୋଲିସ ମହାନିଦ୍ଦେର୍ଶକ ଥିବା ବେଳେ ଅବସର ନେଇଥିଲେ ।