ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ: ଜାଣନ୍ତୁ କେଉଁ କଲେଜରେ କେତେ ରହିଛି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟୟ କଟ୍ ଅଫ୍ ମାର୍କ। ୯୦ ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ସବୁଠାରୁ ଆଗରେ ରହିଛି। ସେହିପରି ୮୮. ୬୭ ପ୍ରତିଶତ ସହ ଦ୍ୱିତୀୟରେ ରହିଛି ଭୁବନେଶ୍ୱରର ବିଜେବି ଜୁନିୟର କଲେଜ। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି।

କଳାରେ ୭୧.୧୭ ପ୍ରତିଶତ ସହ ବିଜେବି ଜୁନିଅର କଲେଜ ସବା ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱିତୀୟରେ ରହିଛି। କେନ୍ଦୁଝର ଜିଲ୍ଲା ସଇଁକୁଳ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲ ୬୮.୫% ସହ ତୃତୀୟରେ ରହିଛି।

ସେହିପରି ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗଞ୍ଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୬.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଢେଙ୍କାନାଳ ଇଭିନିଂ ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଛି।