ମୁମ୍ବଇ : ବଲିଉଡର ମଲ୍ଟି ଟ୍ୟାଲେଂଟଡ୍ ହିରୋ ଫରହାନ୍ ଅଖତର ଖୁବ୍ ଶୀଘ୍ର ବକସର ଲୁକ୍ ରେ ଦର୍ଶକଙ୍କୁ ଦେଖାଦେବେ । କଥାଟା ହେଉଛି, ଖୁବ୍ ଶୀଘ୍ର ସେ ଏକ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ‘ତୁଫାନ’ ନାମକ ଏହି ଫିଲ୍ମରେ ସେ ବକସର ଭୂମିକାରେ ଦେଖାଦେବେ । ଏହି ଫିଲ୍ମକୁ ନେଇ ଫରହାନ୍ ଖୁବ୍ ବ୍ୟସ୍ତ ରହୁଥିବା ଜଣାପଡିଛି । ଫିଲ୍ମର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ସୁଟିଂର ପ୍ରଥମ ଦିନ ବୋଲି ଫ୍ୟାନଙ୍କୁ ଜଣାଇଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଦର୍ଶକଙ୍କର ତାଙ୍କର ଆଗାମୀ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଥିବା ଦେଖିବାକୁ ମିଳିଛି । ଫଟୋକୁ ଖୁବ୍ କମ୍ ସମୟରେ ବହୁ ପରିମାଣର ଲାଇକ୍ ମିଳିଥିବା ଦେଖିବାକୁ ମିଳିଛି । ଫରହାନ୍ ଙ୍କ ବ୍ୟତୀତ ଏହି ଫିଲ୍ମରେ ପରେଶ ରାୱତ୍ ଙ୍କୁ ଦେଖିବାକୁ ମିଳିବ । ଏଥିରେ ସେ ଜଣେ କୋଚ୍ ଭୂମିକାରେ ଦେଖାଦେବେ ।