ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ, ଭୁବନେଶ୍ଵରର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି

ଆସନ୍ତାକାଲି(ବୁଧବାର) ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ଏଥିଲାଗି ପୁରା ପ୍ରସ୍ତୁତ ହୋଇ ରହିଛି ରାଜଧାନୀର ଜନତା ମୈଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏଥିଲାଗି ଟ୍ରାଫିକ କଟକଣାଠାରୁ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକୁ କଡାକଡି କରାଯାଇଛି।

ସୁରକ୍ଷା ଦାୟିତ୍ଵରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ଏହାରି ମଧ୍ୟରେ କାଲି (ବୁଧବାର) ଭୁବନେଶ୍ଵରର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ। ଅପରାହ୍ନ ୧ଟାରୁ ଏହି ଛୁଟି ଲାଗୁ ହେବ। ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।