କୋରୋନାର ଶିକାର ହେଲେ ହଲିଉଡ ଷ୍ଟାର ଟମ୍ ହାଙ୍କସ ଓ ପତ୍ନୀ

ନ୍ୟୁୟର୍କ: ହଲିଉଡର ପ୍ରସିଦ୍ଧ ଅଭିନେତା ଟମ୍ ହାଙ୍କସ ଓ ପତ୍ନୀ ରୀଟା ୱିଲସନ କୋରୋନାର ଶିକାର ହୋଇଥିବା ଜଣାପଡିଛି । ଏନେଇ ନିଜେ ଟମ୍ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ନିଜ ଟ୍ଵିଟରେ ହାଙ୍କସ୍‌ ଲେଖିଛନ୍ତି ଯେ ସେ ଓ ରୀଟା ଅଷ୍ଟ୍ରେଲିଆରେ ଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାଯାଇଛି । ଏହା ପରେ ଆବଶ୍ୟକ ମେଡିକାଲ ପ୍ରଟୋକଲ ପାଳନ କରିବାକୁ ହେବ ବୋଲି ସେ ଲେଖିଛନ୍ତି । ତାଙ୍କ ମୁଖପାତ୍ର ମଧ୍ୟ ଏହି ଖବରକୁ ସ୍ୱୀକାର କରିଛନ୍ତି ।

କୋରୋନା ଭାଇରସକୁ ବୁଧବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଛି । ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି ଓ ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ସବୁ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।