ଟୋକିଓରେ ଆରମ୍ଭ ହେଲା ଖେଳର ମହାକୁମ୍ଭ ଅଲିମ୍ପିକ 

ଭାରତୀୟ ଖେଳାଳିଙ୍କ ଫ୍ଲାଗ୍ ମାର୍ଚ୍ଚ

ନୂଆଦିଲ୍ଲୀ :ଟୋକିଓରେ ଖେଳର ମହାକୁମ୍ଭ ଅଲିମ୍ପିକ ଆରମ୍ଭ ହୋଇଯାଇଛି । ଦୀର୍ଘ ଏକ ବର୍ଷର ଅପେକ୍ଷା ପରେ ଜାପାନର ଟୋକିଓରେ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍‌ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ ।

ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସର୍ବପ୍ରଥମେ ଗ୍ରୀକ୍‌ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍‌ଙ୍କୁ ଆଗକୁ ନେଇଥିଲେ ।

ଉଦଘାଟନୀ ଉତ୍ସବରେ ଭାରତ ସମେତ ଆୟରଲାଣ୍ଡ ଦଳ, ଆଫଗାନିସ୍ତାନ, ଗ୍ରୀକ୍, ଆଇସଲାଣ୍ଡ, ଇଜିପ୍ଟ୍ ଦଳର ଖେଳାଳିମାନେ ନିଜ ନିଜ ଦେଶର ଜାତୀୟ ପତାକା ସହିତ ମାର୍ଚ୍ଚ କରିଥିଲେ । ଜାପାନ ସମ୍ରାଟ ନାରୁହିଟୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅଲିମ୍ପିକ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି।

tokyo Olympics grand inauguration ceremony