ଆଜି ୱେଷ୍ଟଇଣ୍ଡିଜ୍- ଭାରତ ମଧ୍ୟରେ ମୁକାବିଲା

ମାଞ୍ଚେଷ୍ଟର: ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜକୁ ଭେଟିବ ଭାରତ ।  ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍‌ରେ ଅଭ୍ୟାସ କରିଛନ୍ତି। କିନ୍ତୁ ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି।

ସେପଟେ ପୂର୍ବ ମ୍ୟାଚରେ ହ୍ୟାଟ୍ରିକ ନେଇଥିବା ମହମ୍ମଦ ସାମି ଏବଂ ଭୁବନେଶ୍ୱରଙ୍କ ମଧ୍ୟରୁ ଭାରତ କାହାକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଇବ ସେନେଇ ଉତ୍କଣ୍ଠା ରହିଛି। ଭାରତ ଏହି ବିଶ୍ୱକପରେ 5ଟି ମ୍ୟାଚ ଖେଳି 4ଟି ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ବିରାଟ ବାହିନୀକୁ ଆଉ ଦୁଇଟି ବିଜୟ ଦରକାର ରହିଛି।