ବଲାଙ୍ଗିର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବ। ତା’ପୂର୍ବରୁ ବେଶ୍ ଉତ୍ସାହର ସହ ପାହୁର ଯାତ୍ରା ପାଳିତ ହେଉଛି। ନୂଆଁଖାଇ ପୂର୍ବ ଦିନ ଏହି ନିଆରା ‘ପାହୁର ପାଳନ’ କରାଯାଇଥାଏ।
ନୂଆଁଖାଇ ପାଇଁ ଦରକାର ହେଉଥିବା ସମସ୍ତ ଜିନିଷ, ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ। ଏହାକୁ ପାହୁର ଯାତ୍ରା କୁହାଯାଇଥାଏ। ଆସନ୍ତାକାଲି ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆଁ ଖାଇଥାନ୍ତି।
ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଏକାଠି ହେଲେଣି ପରିବାର ଲୋକେ। ବଜାରରେ ବି ଭିଡ ଜମିଲାଣି। ରୀତିନୀତି ଅନୁଯାୟୀ ନୂଆ ଶାଢ଼ି, ସରିଆ ଧାନ, କୁଲା, ଭୁଗା, ଖଡ଼ିକା, ସରଗୀ, ମହୁଲ ପତ୍ର କିଣିବା ପାଇଁ ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ବଲାଙ୍ଗିର ସହରର ହାଟପଦାପଡ଼ାରେ ବସିଛି ସ୍ୱତନ୍ତ୍ର ହାଟ।