ଆଜି ମକର ସଂକ୍ରାନ୍ତି; ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତି ଅଳଙ୍କାରରେ ଭୂଷିତ କରାଯିବ। ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ।

ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ । ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଥିବା ବେଳେ ଗତକାଲି ଭୋଗୀ ପାଳନ କରିଛନ୍ତି। ସେହିପରି ପୋଙ୍ଗଲ ପରଦିନକୁ କାନୁମୁ ଭାବେ ପାଳନ କରନ୍ତି ।

ବ୍ରହ୍ମପୁର, ଜୟପୁରର ବିଭିନ୍ନ ଅଂଚଳରେ ତେଲୁଗୁ ସମ୍ପ୍ରଦାୟ ଲୋକେ ବହୁ ସଂଖ୍ୟାରେ ରହୁଥିବାରୁ ଏଠାରେ  ୩ଦିନ ଧରି ମକର ପର୍ବ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ରାଉରକେଲା ବଜାରରେ ମଧ୍ୟ ମୁଢି ମୁଆଁ, ଖଇ ମୁଆଁ ଆଦିର ପସରା ଖୋଲିଛି।