ଆଜି ମହାଳୟା ଅମାବାସ୍ୟା

ଭୁବନେଶ୍ୱର:ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବା ପରମ୍ପରା ରହିଛି । ଆଜି ଘରେ ଓ ଶ୍ରୀମନ୍ଦିରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି । 

ଆଶ୍ୱିନ ମାସର ପଥମ ପକ୍ଷ ତଥା ପିତୃପକ୍ଷର ଅମାବାସ୍ୟା ଆଜି । ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରବଳ ସମାଗମ ହୋଇଛି । ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତଳିତତ୍ପଣ କରାଯାଇଥାଏ । ଏହି ଦିନ ତଥା ପିତୃପକ୍ଷରେ ପିତୃଗଣଙ୍କ ଉର୍ଦ୍ଦେଶ୍ୟରେ ପିଣ୍ଡଦାନ ଓ ତତ୍ପଣ କରାଗଲେ ତୃପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ବିଭିନ୍ନ ଶ୍ରାଦ୍ଧ କର୍ମ ମହାଳୟାରେ ପାଳନ କରାଯାଇଥାଏ । ଏହି ପିତୃ ପକ୍ଷରେ ଅର୍ଥାତ ୧୫ଦିନ ମଧ୍ୟରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଇଥାଏ ।