ବିଜେପୁର ଉପନିର୍ବାଚନ: ଆଜି ସରିବ ପ୍ରଚାର

ବିଜେପୁର:ଉପ ନିର୍ବାଚନ ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ । ନେତା, ମନ୍ତ୍ରୀ, ସ୍ଲୋଗାନ୍ ଓ ନିର୍ବାଚନୀ ଗୀତରେ କମ୍ପୁଛି ବିଜେପୁର ମଇଦାନ । ଆଜି ସନ୍ଧ୍ୟା ପରେ ସବୁକିଛି ନିସ୍ତବ୍ଧ ଓ ନୀରବ ହୋଇଯିବ ।...

ବିଜେପୁର:ଉପ ନିର୍ବାଚନ ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ । ନେତା, ମନ୍ତ୍ରୀ, ସ୍ଲୋଗାନ୍ ଓ ନିର୍ବାଚନୀ ଗୀତରେ କମ୍ପୁଛି ବିଜେପୁର ମଇଦାନ । ଆଜି ସନ୍ଧ୍ୟା ପରେ ସବୁକିଛି ନିସ୍ତବ୍ଧ ଓ ନୀରବ ହୋଇଯିବ । ଅପେକ୍ଷା ରହିବ ଭୋଟ ଦାନ ଦିନକୁ । ଶେଷ ଦିନରେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି । ବିଜେଡ଼ିରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ବହୁ ପୁରୁଖା ନେତା ବିଜେପୁରରେ ଡେରା ପକାଇଛନ୍ତି ।

ପ୍ରଚାରର ଶେଷ ଦିନରେ ମଧ୍ୟ ବହୁ ହେଭିୱେଟ୍ ନେତା ପ୍ରଚାର ପାଇଁ ବିଜେପୁର ଆସୁଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଚାର କରିବେ । ସେହିପରି ସନତ ଗଡତିଆ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖଙ୍କ ସହିତ ବୁଲି ବୁଲି ଜନ ସମର୍ଥନ ଲୋଡ଼ିବେ । ମାତ୍ର କଂଗ୍ରେସର ଦିଲୀପ ପଣ୍ଡା ଏକା ପଡ଼ି ଯାଇଥିବା ଦେଖାଯାଉଛି । ସେ ପ୍ରାୟ ଏକା ଏକା ବୁଲି  ପ୍ରଚାର କରୁଛନ୍ତି । ତେବେ ଶେଷ ଦିନରେ ସେ ମଧ୍ୟ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ଆସନ୍ତା ୨୧ରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆଜି ପଦ୍ମପୁର ଆରଏମସି ପଡ଼ିଆରେ ପୋଲିଂ ଅଧିକାରୀଙ୍କୁ ଭିଭିପାଟ୍ ଓ ଇଭିଏମ ମେସିନ୍ ଦିଆଯିବ । ଏହା ପରେ ସେମାନେ କଡ଼ା ସୁରକ୍ଷା ମଧ୍ୟରେ ଦିଯାଇଥିବା ବୁଥ୍‌କୁ ଗସ୍ତ କରିବେ । ଆସନ୍ତା୨୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ । ନେତା, ମନ୍ତ୍ରୀ, ସ୍ଲୋଗାନ୍ ଓ ନିର୍ବାଚନୀ ଗୀତରେ କମ୍ପୁଛି ବିଜେପୁର ମଇଦାନ । ଆଜି ସନ୍ଧ୍ୟା ପରେ ସବୁକିଛି ନିସ୍ତବ୍ଧ ଓ ନୀରବ ହୋଇଯିବ । ଅପେକ୍ଷା ରହିବ ଭୋଟ ଦାନ ଦିନକୁ । ଶେଷ ଦିନରେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି । ବିଜେଡ଼ିରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ବହୁ ପୁରୁଖା ନେତା ବିଜେପୁରରେ ଡେରା ପକାଇଛନ୍ତି ।

ପ୍ରଚାରର ଶେଷ ଦିନରେ ମଧ୍ୟ ବହୁ ହେଭିୱେଟ୍ ନେତା ପ୍ରଚାର ପାଇଁ ବିଜେପୁର ଆସୁଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଚାର କରିବେ । ସେହିପରି ସନତ ଗଡତିଆ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖଙ୍କ ସହିତ ବୁଲି ବୁଲି ଜନ ସମର୍ଥନ ଲୋଡ଼ିବେ । ମାତ୍ର କଂଗ୍ରେସର ଦିଲୀପ ପଣ୍ଡା ଏକା ପଡ଼ି ଯାଇଥିବା ଦେଖାଯାଉଛି । ସେ ପ୍ରାୟ ଏକା ଏକା ବୁଲି  ପ୍ରଚାର କରୁଛନ୍ତି । ତେବେ ଶେଷ ଦିନରେ ସେ ମଧ୍ୟ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ଆସନ୍ତା ୨୧ରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆଜି ପଦ୍ମପୁର ଆରଏମସି ପଡ଼ିଆରେ ପୋଲିଂ ଅଧିକାରୀଙ୍କୁ ଭିଭିପାଟ୍ ଓ ଇଭିଏମ ମେସିନ୍ ଦିଆଯିବ । ଏହା ପରେ ସେମାନେ କଡ଼ା ସୁରକ୍ଷା ମଧ୍ୟରେ ଦିଯାଇଥିବା ବୁଥ୍‌କୁ ଗସ୍ତ କରିବେ । ଆସନ୍ତା୨୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Spread the love
Categories
ପଲିଟିକ୍ସ

RELATED BY