ଆଜି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

ହାଇଦ୍ରାବାଦ: ଗଣତନ୍ତ୍ରର ମୂଳ ଯଥାର୍ଥକୁ ବଞ୍ଚାଇ ରଖିବାକୁ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଲୋକତନ୍ତ୍ରର ସମାବେଶ, ସମାନ ଭାଗିଦାରୀ ଓ ଉପଚାରକୁ ସୂଚାଇ ପ୍ରତିବର୍ଷ ସେପ୍ଟେମ୍ବର 15ରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ ହେଉଛି । ଆଉ ଏହା ମାନବଧିକାର, ବିକାଶ ସହ ଶାନ୍ତି ବଜାୟୀ ରଖିବାକୁ ଆହ୍ବାନ ମଧ୍ୟ ଦେଇଥାଏ । ବିଶ୍ବସ୍ତରୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ରୋକିବା ଓ ପାର୍ଲିଆମେଣ୍ଟର ଏ ସମ୍ପର୍କିତ ଦାୟିତ୍ବ ସମ୍ପର୍କରେ ଏକ ସଚେତନତା ସୃଷ୍ଟି କରିବା ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ସେପ୍ଟେମ୍ବର ୧୯୯୭ରେ ଆନ୍ତଃ ପାର୍ଲିଆମେଣ୍ଟାରୀ ୟୁନିୟନ(ଓଚଟ) ଦ୍ବାରା ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତ ଉପରେ ଏକ ସାର୍ବଭୌମିକ ଘୋଷଣାନାମା ଗୃହୀତ ହୋଇଥିଲା । ଏହାପରେ ୨୦୦୭ରେ ପ୍ରଥମ ଥର ମିଳିତ ଜାତିସଂଘର ସାଧାରଣ ପରିଷଦରେ ଆଜିର ଦିନକୁ(ସେପ୍ଟେମ୍ବର୧୫) ସମସ୍ତ ସଭ୍ୟ ରାଷ୍ଟ୍ରଙ୍କ ଦ୍ବାରା ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ରୂପେ ପାଳନ କରିବା ନେଇ ଏକ ସଂକଳ୍ପ ପାରିତ ହୋଇଥିଲା । ଏପରିକି ପ୍ରତିବର୍ଷ ଏହି ଦିନକୁ ଗଣତନ୍ତ୍ରର ସିଦ୍ଧାନ୍ତ ବଜାୟୀ ରଖିବାକୁ ବିଶ୍ବସ୍ତରୀୟ ସଚେତନତା କାର‌୍ୟ୍ୟକ୍ରମ ଆରମ୍ଭ ହେଲା ।ତେବେ, ବିଶ୍ବସ୍ତରୀୟ ମାନବାଧିକାର କହେ, ଲୋକଙ୍କ ଇଚ୍ଛା ହିଁ ସରକାର ଓ ଅଧିକାରୀଙ୍କ ଆଧାର ହେବ । ଏହା ସମ୍ବିଧାନ ନିର୍ମାଣ କରିବାକୁ ପ୍ରେରିତ କରିବା ସହ ଲୋକତନ୍ତ୍ର ମୂଲ୍ୟ ଓ ସିଦ୍ଧାନ୍ତର ବୈଷୟିକ ସ୍ବୀକୃତିର ଯୋଗଦାନ କରିଥାଏ । ଲୋକତନ୍ତ୍ର ପରିବର୍ତ୍ତେ ମାନ ଅଧିକାରର ସଂରକ୍ଷଣ ଓ ପ୍ରଭାବୀ ପ୍ରାପ୍ତି ପାଇଁ ପ୍ରାକୃତିକ ବାତାବରଣ ପ୍ରଦାନ କରିଥାଏ ।ଆବ୍ରାହମ ଲିଙ୍କନଙ୍କ କହିବାନୁଯାୟୀ, ଗଣତନ୍ତ୍ର ଲୋକଙ୍କର, ଲୋକମାନଙ୍କ ପାଇଁ ଓ ଲୋକଙ୍କ ଦ୍ବାରା । ଯାହା ଆମ ସମ୍ବିଧାନରେ ସ୍ଥାନ ପାଇଛି । ଆଉ ବିଶ୍ବର ସବୁଠାରୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହୋଇପାରିଛି । ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର‌୍ୟ୍ୟକାରୀ ହୋଇଛି ।