ଆଜି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଆଜି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ । ଜିଲ୍ଲାରେ ଥିବା ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ନାଗରିକ କ୍ରିୟାନୁଷ୍ଠାନ କମିଟି  ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ସହ ବଣିକ ସଂଘ, ଓକିଲ ସଂଘ ଓ ସାମ୍ବାଦିକ ସଂଘ ସାମିଲ ହୋଇଛନ୍ତି। ଏହା ପ୍ରଭାବରେ ସହରରେ ଦୋକାନ ବଜାର ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗାଡ଼ିମୋଟର ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଲାଗି ରହିଛି। ଏଥିଯୋଗୁ ବହୁ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇ ନ ପାରି ହଇରାଣ ହେଉଛନ୍ତି।

ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଉପେକ୍ଷା କରୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।