ଆଜିଠୁ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର:ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଭଲ ଖବର । ବ୍ୟାଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି । ଏନେଇ ଗତକାଲି  ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେବା ପରେ ଆଜିଠାରୁ ବ୍ୟାଙ୍କ ସମୟରେ ପରିବର୍ତନ ହେବ ।

ଗତକାଲି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ କାର୍ଯ୍ୟ ପାଇଁ ଅବଧି ୧୦ଟାରୁ ୪ଟା ଯାଏଁ ରହିବ ବୋଲି ନିଷ୍ପତି ହୋଇଥିଲା । ପୂର୍ବରୁ ଏହି ବ୍ୟାଙ୍କ ଗୁଡ଼ିକଖୋଲିବା ସମୟ ଭିନ୍ନ ଭିନ୍ନ ରହିଥିଲା । ତେଣୁ ଏଥିରେ ପରିବର୍ତ୍ତନ କରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ ନୀତିଗତ ଭାବେ କାଲି ଠାରୁ ନୂଆ ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଲାଗୁ ହେବ । ରାଜ୍ୟର ସବୁ ସରକାରୀ ବ୍ୟାଙ୍କ ଗଡ଼ିକ ପାଇଁ ଏହି ନିୟମ ରହିଛି ।  ବେସରକାରୀ ବ୍ୟାଙ୍କ ଅଥବା ଘରୋଇ ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ଏହି ନିୟମ ଲାଗୁ କରିବାକୁ ଅନୁରୋଧ କରାଯାଇଛି ବୋଲି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସମସ୍ତ ବ୍ୟାଙ୍କ ସମୟ ଭିନ୍ନ ଭିନ୍ନ ଥିଲା । କିନ୍ତୁ ବ୍ୟାଙ୍କ ଶାଖା ଗ୍ରାହକଙ୍କ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ ଓ ସେବା ପ୍ରଦାନ ନେଇ ତିନୋଟି ବିକଳ୍ପ ରହିଥିଲା । ସକାଳ ୯ରୁ ଅପରାହ୍ନ ୩ଟା, ୧୦ଟାରୁ ୪ଟା ଏବଂ ୧୧ଟାରୁ ୫ଟା ଯାଏଁ ବ୍ୟାଙ୍କ କାର୍ଯ୍ୟ ଅବଧି ବିକଳ୍ପ ଥିଲା ।