ଆଜିଠୁ ଝାରସୁଗୁଡାରୁ ଭୁବନେଶ୍ୱର ଏବଂ ରାୟପୁରକୁ ଉଡିବ ବିମାନ

ଝାରସୁଗୁଡା: ଏଣିକି ଝାରସୁଗୁଡାରୁ ସିଧାସଳଖ ଭାବେ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ଉଡିବ ବିମାନ । ଝାରସୁଗୁଡାବାସୀଙ୍କ ଆଶା ପୂରଣ ହେବ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଆଜି ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ବିମାନ ଚଳାଚଳ କରିବ ।

ଆଜିଠାରୁ ପ୍ରତିଦିନ ସକାଳ ୧୦ଟା ୩୫ରୁଏୟାର ଇଣ୍ଡିଆର ଏକ ଅନୁବନ୍ଧିତ ସଂସ୍ଥାର ବିମାନ ଏଟିଆର-୭୨  ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଚଳାଚଳ କରିବ । କିନ୍ତୁ ଆଜି ୧୧ଟା ୧୫ରେ ଏହା ଭୁବନେଶ୍ୱର ଗସ୍ତ କରିବ । ଏତତ୍ ବ୍ୟତୀତ ଅପରାହ୍ନ ୫ଟା୧୫ରେ ରାୟପୁର ଅଭିମୁଖେ ବିମାନ ଉଡିବ ।

ସୂଚନାଯୋଗ୍ୟ କି, ଗତ ମାର୍ଚ୍ଚ ୩୧ ତାରିଖରୁ ଉଡାନ ଯୋଜନାରେ ସ୍ପାଇସ୍ ଜେଟ୍ ଝାରସୁଗୁଡାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ବିମାନ ଚଳାଚଳ କରୁଛି ।