ଆଜି +୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଫଳ

ଭୁବନେଶ୍ବର : ଓଡ଼ିଶା​​‌ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଆଜି(ଶୁକ୍ରବାର) ପ୍ରକାଶ ପାଇବ । ଶୁକ୍ରବାର ଅପରାହ୍ଣ ସାଢ଼େ ୩ଟାରେ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ପରୀକ୍ଷା ଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.chseodisha.nic.in) କିମ୍ବା (www.orissaresults.nic.in)କୁ ଯାଇ ରୋଲ ନମ୍ବର ଓ ପଞ୍ଜୀକରଣ ନମ୍ବର ଲେଖି ପରୀକ୍ଷା ଫଳ ଜାଣିବେ। ପରୀକ୍ଷା ଫଳ ଉନ୍ମୋଚନ ହେବା ପରେ ଏହି ଦୁଇଟି ୱେବ୍‌ସାଇଟ୍‌ରେ ଫଳ ଉପଲବ୍ଧ ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷ କଳା ବିଭାଗରେ ୨,୩୫,୧୮୩ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ବାଣିଜ୍ୟରେ ୨୭,୨୭୮ ଓ ଧନ୍ଦାମୂଳକ ଶିକ୍ଷାରେ ୮,୦୫୮ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।