ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ମନା

ଧରାପଡିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଏଥର କୌଣସି ବ୍ୟକ୍ତିବିଶେଷ ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିପାରିବେନି । ନିୟମକୁ ଉଲ୍ଲଂଘନ କଲେ ଜୋରିମାନା ଆକାରରେ ୧୦୦ ଟଙ୍କା ଦେବାକୁ ପଡିବ ।ଏହି ନିୟମ ୧୫ ତାରିଖରୁ କଡାକଡି ଲାଗୁ ହେବ ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଅନେକ ସମୟରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ଭିତରେ ପ୍ରବେଶ କରୁଥିବାରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ମନ୍ଦିର ପରିସରରେ ଅପରିଷ୍କାର ହେଉଛି। ଆଉ ଏଥିରେ ଫୁଲଷ୍ଟ୍‌ପ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି।