ଚେନ୍ନାଇ: ତାମିଲନାଡୁର ଜଣେ ବ୍ୟକ୍ତି ବିଛଣାରେ ପଡ଼ିଥିବା ପତ୍ନୀଙ୍କ କଷ୍ଟକୁ ଦେଖି ରିମୋଟରେ ଚାଲୁଥିବା ଟଏଲେଟ ବେଡ ବନାଇଥିଲେ। ଚେନ୍ନାଇର ୪୨ବର୍ଷୀୟ ଏସ୍.ସର୍ବନା ମୃଥ୍ୟୁଙ୍କୁ ଏଥିପାଇଁ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି। ରାଷ୍ଟ୍ରପତି ରାମ ନାଥ ଗୋବିନ୍ଦ ମାର୍ଚ୍ଚ ୧୫ରେ ଗୁଜୁରାଟରେ ମୃଥ୍ୟୁକୁ ସମ୍ମାନୀତ କରିଛନ୍ତି। ମିଥ୍ୟୁ ଓ୍ଵଲଡିଂ କାମ କରନ୍ତି। ସର୍ଜରି ପରେ ତାଙ୍କ ପତ୍ନୀ ଚଲାବୁଲା କରିବାରେ ଅସମର୍ଥ ରହିଥିଲେ। ପାଖାପାଖି ଦୁଇମାସ ହେବ ସେ ବିଛଣାରେ ହିଁ ପଡ଼ି ରହିଥିଲେ। ପତ୍ନୀଙ୍କ ଏହି କଷ୍ଟ ଦେଖି ମିଥ୍ୟୁ ଏହାର କିିଛି ସମାଧାନ ପାଇଁ ଉପାୟ ବାହାର କରିଥିଲେ। ନିଜ ପତ୍ନୀଙ୍କୁ ଏହି କଷ୍ଟରୁ ମୁକ୍ତି ଦେବା ପାଇଁ ସେ ରିମୋଟରେ ଚାଲୁଥିବା ଟଏଲେଟ ବେଡ ନିର୍ମାଣ କରିଥିଲେ।
ମିଥ୍ୟୁଙ୍କ କହିବାନୁସାରେ, ବିଛଣାରେ ପଡ଼ିଥିବା ରୋଗୀଙ୍କୁ ସବୁବେଳେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ଆତ୍ମସମ୍ମାନ ଓ ସ୍ୱତନ୍ତ୍ରତା ପାଇଁ ମିଥ୍ୟୁ ଏଭଳି ଡିଜାଇନର ବେଡ ନିର୍ମାଣ କରିଛନ୍ତି। ମିଥ୍ୟୁ ଯେଉଁ ବେଡ ନିର୍ମାଣ କରିଛନ୍ତି ସେଥିରେ ଏକ ଫ୍ଲାସ ଟ୍ୟାଙ୍କ, କଲୋସେଟ୍ ଓ ସେପ୍ଟିକ୍ ଟ୍ୟାଙ୍କ୍ରୁ ଲିଙ୍କେଜ ଓ ମଝିରୁ ଖୋଲିବା ସିଷ୍ଟମ ରହିଛି। ରିମୋଟ କଣ୍ଟ୍ରୋଲରେ ତିନିଟି ବଟମ ରହିଛି। ଗୋଟିଏ ବଟମ୍ରେ ବେଡ୍ର ବେସ୍ ଖୋଲିବ ଓ ଦ୍ୱିତୀୟରେ କ୍ଲୋସୋଟ ଖୋଲିବ। ସେହିପରି ତୃତୀୟ ବଟମ୍ର ପ୍ରୟୋଗ ଟଏଲେଟର ଫ୍ଲାସ ଖୋଲିବା ପାଇଁ କରାଯାଇଥାଏ।