୧୮ରେ ତାମିଲନାଡୁର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ତାମିଲନାଡୁର ୬ଟି ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ନିର୍ବାଚନ ପାଇଁ ଆସନ୍ତା ଜୁଲାଇ ୧ରେ ବିଜ୍ଞପ୍ତି ଜାରି ହେବ । ଜୁଲାଇ ୧୮ ତାରିଖରେ ଏହି ୬ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହିଦିନ ଭୋଟ ଗ୍ରହଣ ପରେ ଭୋଟ ଗଣତି ହେବ ।

ଏହି ୬ଟି ରାଜ୍ୟସଭା ଆସନର ମିଆଦ ଜୁଲାଇ ୨୪ରେ ପୂରଣ ହେବ । ଯେଉଁ ସଦସ୍ୟମାନଙ୍କ ମିଆଦ ଶେଷ ହେଉଛି କିମ୍ବା ସେମାନେ ଇସ୍ତଫା ଦେଉଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଡିଏମକେ ନେତ୍ରୀ କାନିମୋଝି । ସେ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଅନ୍ୟ ୫ ଜଣ ହେଲେ ସିପିଏମର ଡି.ରାଜା, ଏଆଇଡିଏମକେର ଆର.ଲକ୍ଷ୍ମଣନ, କେ.ଆର୍ଜୁନନ, ଭି.ମୈତ୍ରେୟନ ଓ ଟି.ରାତନାଭେଲ ।

ଅନ୍ୟପକ୍ଷରେ ଗୁଜୁରାଟରେ ଦୁଇଟି ଆସନ ପାଇଁ ଏକାସମୟରେ ନିର୍ବାଚନ କରାଯାଉଥିବା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନାକରିଦେଇଛନ୍ତି । ଏହି ଦୁଇଟି ଆସନ ପାଇଁ ଅଲଗା ଅଲଗା ତାରିଖରେ ଭୋଟ ଗ୍ରହଣ ପାଇଁ କଂଗ୍ରେସ ଦାବି କରୁଥିଲା ।