ଆଇସିୟୁରେ ଟିଏମସି ସାଂସଦ ନୁସରତ ଜାହାନ

କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ନିଶ୍ୱାଃସ ନେବାରେ ଅସୁବିଧାର ସମ୍ମୁଖୀନ କରିବାକୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ଆଇସିୟୁରେ ରହିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କୁ ପକ୍ଷରୁ କୁହାଯାଇଛି। ବଶିରହାଟ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ନୁସରତଙ୍କୁ ଗତକାଲି ରାତି ୯.୩୦ରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜମା କାରଣରୁ ସେ ନିଶ୍ୱାଃସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।