ଡ୍ୟାମ୍‌ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ

ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବାଇରୁ ୨୫୦ କି.ମି ଦୂର  ତଥା ଆରବ ସାଗର ନିକଟବର୍ତ୍ତୀ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ବନ୍ଧ ଭାଙ୍ଗି ଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିଯୋଗୁ ୭ଟି ଗାଁ ଜଳମଗ୍ନ ହୋଇଯାଇଛି।  ହଠାତ୍ ପାଣି ମାଡ଼ି ଆସିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଯାଇଛି । ୨୩ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଖବର ମିଳିଛି ।  ବନ୍ୟା ସୁଅରେ ପ୍ରାୟ ୧୨ରୁ ଅଧିକ କୋଠା ଧସି ଯାଇ ପାଣିରେ ଭାସି ଯାଇଛି। ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ଘଟଣାସ୍ଥଳରେ ଏନଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ସର୍ଚ୍ଚ ଏବଂ ରେସ୍କ୍ବୁ ଅପରେସନ୍ ଜୋରଦାର କରାଯାଇଛି। ଡ୍ୟାମ ପାର୍ଶ୍ୱ ଅଞ୍ଚଳରୁ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି।