ତିତଲୀ କ୍ଷୟକ୍ଷତିର ଆସିଲା ପ୍ରାଥମିକ ରିର୍ପୋଟ, ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ବର : ତିତଲୀ ବନ୍ୟା ଓ ବାତ୍ୟା କ୍ଷୟକ୍ଷତି ପ୍ରାଥମିକ ରିର୍ପୋଟ ପ୍ରସ୍ତୁତ କଲେ ସରାକର । ପ୍ରାଥମିକ ଭା​‌ବେ ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏହି ରିପୋର୍ଟ ଦିଆଯିବ ।  ଏନଡିଆରଏଫ ଏବଂ ଏସଡିଆରଏଫ ଥିବା ଅର୍ଥ କ୍ଷତିଗ୍ରସ୍ତଙ୍କ ପୁନଃଉଦ୍ଧାର ଏବଂ ଥାଇଥାନ ପାଇଁ ପର୍ଯ୍ୟାନ୍ତ ହେଉନାଥିବା ଦର୍ଶାଇବାରୁ କେନ୍ଦ୍ର ସରାକର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏ ନେଇ କମିଟି ସବୁ ରାଜ୍ୟସରାକର ମତାମତ ଲୋଡିଛି…

ତିତଲୀ ବାତ୍ୟା ଓ ବନ୍ୟାରେ ୨୭୬୫କୋଟି ଟଙ୍କାର  କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରିଛନ୍ତି ରାଜ୍ୟସରକାର । କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କଲେ ରାଜ୍ୟ ସରକାର। ଖୁବଶୀଘ୍ର ଏହାକୁ କେନ୍ଦ୍ରସରାକର ଦିଆଯିବ । ୧୭ ଜିଲ୍ଲାର ୮୧୨୫ ଗ୍ରାମପଞ୍ଚାୟତର ୬୦.୧୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।  ବତ୍ୟା ଓ ବନ୍ୟାରେ ୨ଲକ୍ଷ୬୫ ହଜାର ହେକ୍ଟର ଚାଷ ଜମିରେ ଫସଲ ହାନୀ ହୋଇଛି । ୫୬ହଜାର ୯୩୦ ଘର ଭାଙ୍ଗିଛି । ଏଥିରୁ ୨୦ ହଜାର ୪୨୨ଘର ସମ୍ପର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୩୬ହଜାର୫୦୦ ଘର ଆଂଶିକ ନଷ୍ଟ ହୋଇଛି । ୯ ଲକ୍ଷ ୪୯ ହଜାର ୪୯୩ ବିଦ୍ୟୁତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଇଯାଇଛି।

ଏନଡିଆରଏଫ ଏବଂ ଏସଡିଆରଏଫ ଫଣ୍ତରେ ଆସୁଥିବା​ ଅର୍ଥ ପୁନଃରୁଦ୍ଧାର ଏବଂ ଥଇଥାନ ପାଇଁ ପ୍ରର୍ଯ୍ୟାପ୍ତ ହେଉନି। ଏମିତି କିଛି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ। କେବଳ ଓଡ଼ିଶା ନୁହେଁ ବିଭିନ୍ନ ରାଜ୍ୟ ଏନେଇ ଅଭିଯୋଗ କେନ୍ଦ୍ର ନିକଟରେ କରିବା ସହ ଏହି ପାଣ୍ଠି ବଢ଼ାଇବା ଲାଗି ଦାବି କରିଆସୁଛନ୍ତି । ୩୦ତମ ରାଜ୍ୟ ପରିଷଦ ବୈଠକରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ଏହାର ଅଧ୍ୟକ୍ଷ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଅଛନ୍ତି । ସେପଟେ ଏହି କଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟକୁ ଆକ୍ଷେପ କରିଛନ୍ତି ଯେତିକି ପାଣ୍ଠି ଅଛି ରାଜ୍ୟ ସରକାର ତାକୁ ବି ଖର୍ଚ୍ଚ କରିପାରୁନାହାନ୍ତି।

ବତ୍ୟା ଓ ବନ୍ୟା ମୃତ୍ୟୁ ନେଇ ଏବେବି ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଛି। ତେବେ ବୁଲେଇ ବଙ୍କେଇ ଏବେ ସରକାର କହିଛନ୍ତି ଯେ ସମୁଦ୍ରକୂଳ ଠାରୁ ୫୦ କିଲୋମିଟର ଭିତରେ କୌଣସି ଲୋକ ପ୍ରାଣ ହରାଇନାହାନ୍ତି।