ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ

ଭୁବନେଶ୍ୱର: ବାଜିଲା ଉପନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ । ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି । ନଭେମ୍ବର ୧୦ ରେ ଭୋଟ ଗଣତି କରାଯିବ ।

ତେବେ ଉପନିର୍ବାଚନ ପାଇଁ ଅକ୍ଟୋବର ୯ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୧୭ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ତେବେ କୋଭିଡ ନିୟମ ମଧ୍ୟରେ ସମସ୍ତ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।