ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ : ସମ୍ ହସ୍ପିଟାଲ୍‌ର ଆଠ ଟି ବିଭାଗ ୧ ନମ୍ବର

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫାକଲ୍ଟି ଅଫ୍ ମେଡିସିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ୮ଟି ବିଭାଗ ୧ ନମ୍ବର ମାନ୍ୟତା ପାଇଛି । ରବିବାର ଏଠାରେ ଆୟୋଜିତ ଟାଇମ୍‌ସ ହେଲ୍‌ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରେ ଏକ ନମ୍ବର ବିଭାଗ ଭାବେ ସମ୍ ହସ୍ପିଟାଲ୍‌ର ଏହି ବିଭାଗ ଗୁଡ଼ିକ ଯୋଗ୍ୟତା ହାସଲ କରିପାରିଛି ।
ଏହି ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋ ସାଇନ୍‌ସେସ୍‌, ଏର୍ମଜେନ୍ସି ଆଣ୍ଡ ଟ୍ରମା କେୟାର, ନ୍ୟୁରୋଲୋଜି, ଅବ୍‌ଷ୍ର୍ଟ୍ରେଟିକ୍ସ ଆଣ୍ଡ ଗାଏନୋକୋଲୋଜି, ୟୁରୋଲୋଜି, କସ୍‌ମେଟିକ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ, ଡର୍ମାଟୋଲୋଜି ଏବଂ ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଫ୍‌) ଆଣ୍ଡ ଫର୍ଟିଲିଟି ବିଭାଗ ଏକ ନମ୍ବର ମାନ୍ୟତା ହାସଲ କରିଛି । ଏହା ବ୍ୟତୀତ ପେଡିଆଟ୍ରିକ୍ସ, ଅଙ୍କୋଲୋଜି ଏବଂ କାର୍ଡିଓଲୋଜି ବିଭାଗ ଦ୍ୱିତୀୟ ସ୍ଥାନ ମାନ୍ୟତା ପାଇଥିବା ବେଳେ ଅର୍ଥୋପେଡିକ୍ସ ଏବଂ ନେଫ୍ରୋଲୋଜି ବିଭାଗ ତୃତୀୟ ସ୍ଥାନରେ ରହି ସମ୍ମାନିତ ହୋଇଛି । ଟାଇମ୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଏହି ସମ୍ମାନ ପ୍ରଦାନ କରିଥିଲେ ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ।

TIMES HEALTH ICON AWARD
କୋଭିଡ ମହାମାରୀ ସମୟରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସହ ମହାମାରୀ ବିରୁଦ୍ଧରେ ଯୁଦ୍ଧ କରିଥିବା ସମ୍ କୋଭିଡ ହସ୍ପିଟାଲ୍‌କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇ ସମ୍ମାନଜନକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ସମ୍ କୋଭିଡ ହସ୍ପିଟାଲ୍‌ର କୋଭିଡ ଯୋଦ୍ଧା ଡଃ କବିତା ଚନ୍ନାନିଆ, ମ୍ୟାନେଜର ପ୍ରଭାତ କୁମାର ନାୟକ, ଫୁଡ୍ ଏକଜିକ୍ୟୁଟିଭ୍ ସୋମେଶ ଶୁଭ୍ରଜିତ୍‌, ଫାର୍ମାସିଷ୍ଟ ସଞ୍ଜିବ କୁମାର ସାହୁ, ନର୍ସିଂ ଷ୍ଟାଫ୍ ମଧୁସ୍ମିତା ସାହୁ, ଡ୍ରାଇଭର ଦୀପକ କୁମାର ଶତପଥୀ ଏବଂ ହାଉସ୍ କିପିଂ ବିଭାଗର ବାୟୋ ମେଡିକାଲ୍ ୱେଷ୍ଟ ହ୍ୟାଣ୍ଡଲର୍ ପ୍ରତିମା ସାହୁଙ୍କୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମ୍ମାନ ପ୍ରଦାନ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇଥିଲେ ।
ସୋଆ ପକ୍ଷରୁ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିନ୍‌ଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଅର୍ଥୋପେଡିକ୍ସ ବିଭାଗ ମୁଖ୍ୟ ଡଃ ଅନିରୁଦ୍ଧ ଦାଶ, ମେଡିକାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡଃ ସୌମ୍ୟ ସୁରଥ ପଣ୍ଡା, ଅଙ୍କୋ ସର୍ଜରୀ ବିଭାଗ ମୁଖ୍ୟ ଡଃ ସୁନୀଲ୍ କୁମାର ଅଗ୍ରୱାଲ୍‌, ଫିଜିଓଥେରାପି ବିଭାଗ ମୁଖ୍ୟ ଡଃ ସ୍ଥିତିପ୍ରଜ୍ଞା ଦଳବେହେରା ଏବଂ ଅନ୍ୟାନ୍ୟ କେତେକ ଡାକ୍ତର ଏବଂ ପାରାମେଡିକ୍ସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।