କଟକ ବଡ଼ ଡାକ୍ତରଖାନାରେ ଟିକ୍‌ଟକ୍‌ ମସ୍ତି

ମାଲକାନଗିରି ପରେ ଏବେ ଭାଇରାଲ ହେଲା କଟକ ଏସସିବି ମେଡ଼ିକାଲର ଟିକଟକ ଭିଡ଼ିଓ । ସମସ୍ତଙ୍କୁ ଚଢିଛି ଟିକଟକ ନିଶା । ପିଲାଙ୍କ ଠାରୁ ବୟସ୍କ ଯାଏଁ ଟିକଟକ ଭିଡ଼ଓରେ ପାଗଳ । ଏବେ କଟକ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟଙ୍କ ଡ଼୍ୟୁଟି ସମୟର ଟିକଟକ ଭିଡ଼ିଓ ଭାଇରାଲ ହୋଇଛି । 

ଟିକଟକ ମସ୍ତିରେ ମସଗୁଲ ସବୁ । ମେଡ଼ିକାଲରେ ଡ଼୍ୟୁଟି ସମୟରେ ନିଜ କର୍ତ୍ତବ୍ୟ ନକରି ରୋଗୀ ସେବା ବଦଳରେ ଟିକଟକ ଭିଡ଼ିଓ କରି ମଜା ନେଉଛନ୍ତି କର୍ମଚାରୀ । ନିକଟରେ ମାଲକାନଗିରିର ନର୍ସଙ୍କ ଟିକଟକ ଭିଡ଼ିଓ ଭାଇରାଲ ପରେ ଏବେ କଟକ ଏସସିବି ମେଡ଼ିକାଲ ଭିତରେ ଅସ୍ଥିଶଲ୍ୟ ବିଭାଗରେ ୩ଜଣ ମହିଳା କର୍ମଚାରୀ ନାଚିବା ଭିଡ଼ିଓ ଭାଇରାଲ ହୋଇଛି । ଗୋଟିଏ ନୁହେଁ ଏପରି ସ୍ୱାସ୍ଥ୍ୟବିଭାଗ ଆଟେଣ୍ଡାଣ୍ଟଙ୍କ ଆଠରୁ ଅଧିକ ଟିିକଟିକ ଭିଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଛି । ଏହି ଭାଇରାଲ ଭିଡ଼ିଓରେ ଥିବା ମହିଳାମାନେ ଅଜଣା ରୋଗୀଙ୍କ ସେବା ଶୁଶ୍ରୁଷା ପାଇର୍ ଏକ ବେସରକାରୀ ସଂସ୍ଥା ପକ୍ଷରୁ କଟକ ଏସସିବିରେ ନିୟୋଜିତ ଥିଲେ । ଭିଡ଼ିଓ ସର୍ମ୍ପର୍କରେ କିଛି ଜାଣିନଥିବା ଜଣେ ମହିଳା ପ୍ରତିକ୍ରିୟା ଦେଇଛନ୍ତି । ଘଟଣା ସର୍ମ୍ପକରେ ଜାଣି ନାହାଁନ୍ତି , ଅନୁଧ୍ୟାନ କରି କହିବେ ବୋଲି କଟକ ଏସସିବି ବଡ଼ ମେଡ଼ିକାଲ ଅଧିକ୍ଷକ ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ବୁଧବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସମାନେ କାର୍ଯ୍ୟ ସମୟରେ କରୁଥିବା ଟିକଟକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।