ନୂଆଦିଲ୍ଲୀ: ଫେବୃଆରି ୧ରେ ଫାଶୀ ପାଇବେ ନିର୍ଭୟା ୪ ଦୋଷୀ । ଏହା ପୂର୍ବରୁ ତିହାର ଜେଲ କର୍ତୃପକ୍ଷ ୪ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ।
ଜାନୁଆରି ୨୩ ତାରିଖ ଦିନ ତିହାର ଜେଲ୍ ପ୍ରଶାସନର ଅଧିକାରୀମାନେ କହିଥିଲେ କି, ନିଜ ନିଜର ପରିବାର ଲୋକମାନଙ୍କୁ ସେମାନେ କେବେ ଭେଟିବେ ଏବଂ କେବେ ସେମାନଙ୍କ ସମ୍ପତିର ‘ଇଚ୍ଛାପତ୍ର’ କରିବେ ସେ କଥା ଦୋଷୀମାନେ ଏଯାଏଁ କହିନାହାନ୍ତି।
ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଥିଲେ, ମୃତ୍ୟୁ ପରଓ୍ଵାନା ଜାରି ହେବା ପରେ, ସେମାନେ କେବେ ଯେ’ଯାହାର ପରିବାର ଲୋକଙ୍କୁ ଶେଷଥର ଲାଗି ଦେଖା କରିବାକୁ ଚାହାଁନ୍ତି ବୋଲି ପଚରା ଯାଇଥିଲା। ଯଦି ଚାହୁଁଥାଆନ୍ତି, ତେବେ ସେମାନେ କେଉଁମାନଙ୍କୁ ଭେଟିବେ? କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଏ ପର୍ଯ୍ୟନ୍ତ ଜବାବ ଦେଇ ନାହାନ୍ତି।