ବାନ୍ଧବ ଗଡ଼ ଫେରିବ କାହ୍ନାର ବାନ୍ଧବୀ ସୁନ୍ଦରୀ

ଅନୁଗୋଳ : ଫେରିଯିବ ସାତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ସୁନ୍ଦରୀ । ସୁନ୍ଦରୀ’କୁ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍‌ ଆସିବେ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର।

ବାଘ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ‘ସୁନ୍ଦରୀ’ ଆସିଥିଲା ସାତକୋଶିଆ ଅଭୟାରଣ୍ୟ। ମାତ୍ର ଏଠାରେ ପହଞ୍ଚିବା ପରେ ‘ସୁନ୍ଦରୀ’ ହିଂସ୍ର ହୋଇପଡ଼ିଥିଲା। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ସେ ପଶି ଶିକାର କରୁଥିବା ଅଭିଯୋଗ ହେଉଥିଲା।

ଗତକାଲି ଜଣେ ମହିଳାଙ୍କୁ ‘ସୁନ୍ଦରୀ’ ଟାଣି ନେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ନିଆଁ ଜଳିଥିଲା। ଶେଷରେ କିଛି ଉପାୟ ନପାଇ ଗାଁ ଲୋକଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ମାନି ନେଇଛି।

ସୂଚନା ମୁତାବକ ‘ସୁନ୍ଦରୀ’ ଆକ୍ରମଣରେ ହାତୀବାରୀର ଜଣେ ମହିଳାଙ୍କ ମୃତ୍ୟୁ ପରେ ସେଠାରେ କ୍ଷତିପୂରଣ ଦାବିରେ ଲୋକେ ତୁମୁଳକାଣ୍ଡ ଘଟାଇଥିଲେ। ମୃତକଙ୍କ ପରିଜନକୁ ସହାୟତା ଓ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।