ପୁଣି ବାଘ ଚମଡା ଜବତ : ଡିଲ ବେଳେ ବେପାରୀ ବେଶରେ ମାଡ଼ି ବସିଲା ଏସଟିଏଫ

ସୋନପୁର : ପୁଣି ବାଘ ଚମଡା ଜବତ। ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ଏସଟିଏଫ । ସୋନପୁର ଆଇଟିଆଇ ନିକଟରେ ଡିଲ୍ ବେଳେ ତାକୁ ଗତକାଲି ଗିରଫ କରାଯାଇଛି। ସେ ହେଉଛନ୍ତି ସମ୍ବଲପୁର ମହୁଆପଲି ଅଞ୍ଚଳର ଅଶୋକ ଛତ୍ରିଆ। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।


୧ ଲକ୍ଷ ୨୦ ହଜାର ଟଙ୍କାରେ କଲରାପତରିଆ ଛାଲ ହେଉଥିଲା ଡିଲ୍ । ସୁବର୍ଣ୍ଣପୁରରୁ ରାଜ୍ୟ ବାହରକୁ ହୋଇଥାନ୍ତା ଚାଲାଣ । ବାଘ ଛାଲ ଡିଲ ବେଳେ ବେପାରୀ ବେଶରେ ମାଡି ବସିଲା ଏସଟିଏଫ । ମହୁଲପାଲି ଅଞ୍ଚଳର ବେପାରୀ ଅଶୋକ ଛତ୍ରିଆକୁ ଗିରଫ କରିଛି ଏସଟିଏଫ । ଅଶୋକ କେବେଠାରୁ ବାଘ ଛାଲ ବେପାର କରୁଥିଲା । ତା ଲିଙ୍କରେ କେତେ ଜଣ ଏଜେଣ୍ଟ ଅଛନ୍ତି । କେତେ ଜଣକୁ ବାଘଛାଲ ବିକ୍ରି କରିଛି ଅଶୋକ । ବାଘଟିକୁ ଗୁଳି କରି ନା ଶିକାର କରି ହତ୍ୟା କରାଯାଇଛି । କେବେ ଶିକାର ହୋଇଥିଲା ସେ ନେଇ ତନାଘନା କରୁଛି ଏସଟିଏଫ। ଏ ସବୁ ଜାଣିବା ଡେରାଡୁନରେ ଥିବା ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ କେମିକାଲ ଟେଷ୍ଟ ପାଇଁ ଛାଲ ପଠାଯିବ ବୋଲି ଏସଟିଏଫ କହିଛି ।

tiger skin rescue in sonpur odisha one arrest
ବିଦେଶରେ ବାଘ ଛାଲର ଅଧିକା ଡିମାଣ୍ଡ ରହିଛି । ବାଘଛାଲ କାରାବର ହବ୍ ହେଉଛି କୋଲକାତା । ଓଡିଶାରୁ ଭାୟା କୋଲକାତ ସିଲିଗୁଡି, ନେପାଳ, ତିବଦ୍ଦ, ବର୍ମା, ଚାଇନା ଓ ଇରାନକୁ ଛାଲ ଚାଲାଣ ହେଉଛି । ରାଜ୍ୟରେ ୧୬ଟି ବନ୍ୟପ୍ରାଣୀ ଡିଭିଜନରେ ୨୦୧୫-୧୬ ଯାଏଁ ୨୪ଟି ବାଘ ଶିକାର ହୋଇଛି ବୋଲି ପିସିସିଏଫ କହିଛି । ସେପଟେ ଏସଟିଏଫର ରିପୋର୍ଟ ଅନୁସାରେ ବିଗତ ୩ ବର୍ଷରେ ୧୧ଟି ବାଘ ଛାଲ, ୪ଟି ହରିଣ ଛାଲ ଓ ଗୋଟିଏ ଜୀବନ ବଜ୍ରକାପ୍ତା ଉଦ୍ଦାର କରିଥିବା ବେଳେ ୪ ବଜ୍ରକାପ୍ତାର କାତି ଜବତ ହୋଇଛି । ସେପେଟ ୱାଇଡ ଲାଇଫ ମାମଲାରେ ୩୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।