କିସ୍ କରିବାକୁ ଅରାଜି ଟାଇଗର୍, ଲିପ୍ ଲକ୍ କୁ କାହିଁକି ଡରୁଛନ୍ତି ଏହି ଅଭିନେତା ?

ମୁମ୍ବାଇ : ଜାକିଙ୍କ ପୁଅ ଟାଇଗର ଶ୍ରଫ୍ କିସ କରିବାକୁ ଅଅରାଜି । ବଲିଉଡରେ ଏମିତି ଚର୍ଚ୍ଚା ଯୋର ଧରିଛି । ଏମିତିକି ଫିଲ୍ମୀର ଆବଶ୍ୟକତା ଅନୁସାରେ ଲିପ ଲକ କରିବାକୁ କୁଆଡେ ଅରାଜି ହେଉଛନ୍ତି । ଏମିତି ବିଚର୍ଚ୍ଚା ହେଉଛି ଟାଇଗର କାହା ପ୍ରେମରେ ପଡିଥିବାରୁ କାଳେ ପ୍ରେମିକା ମନ ଉଣା କରିବେ ସେଥିଲାଗି ରିଲ ଲାଇଫରେ ବି ସେ କାହାସହ ଲିପ ଲକ ବା କିସ ସିନ କରିବାକୁ ଇଛା କରୁ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି । ଟାଇଗର ଶ୍ରଫ ତାଙ୍କ ଷ୍ଟୁଡେଣ୍ଟ ଅଫ ଇୟର ଫିଲ୍ମୀର ଦ୍ୱିତୀୟ ସିଡ୍ୟୁଲ ସୁଂଟି ସମୟରେ ଏମିତି ଖବର ଏବେ ବି -ଟାଉନରେ ଉଡୁଛି ।

ଲିପ ଲକ ସିନ୍‌ କରିବା ଏକ ସାଧାରଣ କଥା। ହେଲେ ବୁଝାପଡୁନି କ’ଣ ପାଇଁ ଟାଇଗର ଏମିତି କରିବାକୁ ମନା କରୁଛନ୍ତି। ବୋଧହୁଏ ଟାଇଗର କାହା ପ୍ରେମରେ ପଡିଛନ୍ତି। ଆଉ ସେଇଥିପାଇଁ ହୁଏତ ଏମିତି ନିଷ୍ପତ୍ତି ନେଇଛନ୍ତି।  ହେଲେ ଜଣାପଡ଼ିଲା କଥାଟା କୁଆଡେ ଉଡ଼ା ଖବର।

ଟାଇଗର ଶ୍ରଫ୍ ନିଜ ଫିଲ୍ମୀ କଣ୍ଟ୍ରାକ୍ଟରେ ‘ନୋ ଲିପ୍‌ ଲକ୍‌ କ୍ଲଜ୍‌’କୁ ସାମିଲ କରାଇଛନ୍ତି ବୋଲି ଯେଉଁ ଗୁଜବ ଉଠିଛି ତାହା ମିଛ ବୋଲି କହି ସେ ଖଣ୍ଡନ କରିଛନ୍ତି।

ଟାଇଗର କହିଛନ୍ତି, ‘‘ଏହା କେବଳ ଏକ ଗୁଜବ ଆଉ କିଛି ନୁହେଁ। ଆପଣମାନେ ଦେଖିଥିବେ ମୋର ପ୍ରତିଟି ଫିଲ୍ମରେ କିସିଂ ସିନ୍ ସାମିଲ ଅଛି। ଯଦି ଫିଲ୍ମର କାହାଣୀ କିଛି ସିନ୍‌ ମାଗୁଛି, ତେବେ ମୋର କୌଣସି ବି ସିନ୍‌ କରିବାକୁ ଆପତ୍ତି ନାହିଁ। ଜଣେ ଅଭିନେତା ହିସାବରେ ଆମକୁ ଅନେକ ଜିନିଷକୁ ଆପଣେଇବା ଉଚିତ୍।’’