ବନ୍ୟପ୍ରାଣୀ ଅପରାଧ ରିପୋର୍ଟ: ବାଘ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣରେ ଭାରତ ଆଗରେ

ନୂଆଦିଲ୍ଲୀ: ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣରେ ଭାରତ ଆଗରେ ରହିଛି । ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି । ୨୦୦୭ରୁ ୨୦୧୮ ମଧ୍ୟରେ ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ କରାଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗ ୭୦ ପ୍ରତିଶତ କେବଳ ଭାରତ ଓ ଥାଇଲ୍ୟାଣ୍ଡରୁ ଯାଇଛି । ଜୁଲାଇ ୨୯(ଆଜି) ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ରିପୋର୍ଟ ନିଶ୍ଚିତ ଭାବେ ନୈରାଶ୍ୟଜନକ ।

୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦୁଇ ଗୁଣ କରିବା ପାଇଁ ୧୩ ଟି ଦେଶ ନିଷ୍ପତି ନେଇଥିଲେ । ତେବେ ଏଥିରେ ବିଶେଷ ଫାଇଦା ହୋଇନି । ଭାରତରେ ବିଶ୍ୱର ୭୦ ପ୍ରତିଶତ ବାଘ ରହୁଥିବା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି । ଭାରତ ନିର୍ଦ୍ଧାରିତ ସମୟ ପୂର୍ବରୁ ତାର ଟାର୍ଗେଟ ହାସଲ କରିଛି ବୋଲି କହିଛନ୍ତି ।