୨୦୨୨ରେ ଏକାଠି ହେବ ବାଘ ଓ ହାତୀ ଗଣନା

ଭୁବନେଶ୍ୱର :୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା। କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି। ହେଲେ କେଉଁ ପଦ୍ଧତିରେ ହେବ, ତାକୁ ଅପେକ୍ଷା କରାଯାଇଛି। ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା। 2017 ଗଣନା ଅନୁସାରେ, ରାଜ୍ୟରେ 1976 ହାତୀ ଥିଲେ। ସେହିପରି ୨୦୧୮ ଗଣନାରେ ବାଘ ସଂଖ୍ୟା ୩୨ରୁ ୨୮କୁ ଖସିଥିଲା।