କମିଲା ବର୍ଷା, ବଢିବ ଶୀତ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପେଥେଇ ସ୍ଥଳଭାଗ ଛୁଇଁବା ପରେ ଲଘୁଚାପରେ ପରିଣତ ହୋଇଛି । ଧୀରେ ଧୀରେ ଏହା ଦୁର୍ବଳ ହେବା ସହ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ପେଥେଇ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ରାତି ସୁଦ୍ଧା ବର୍ଷା କମିଯିବ ଓ କାଲିଠାରୁ ପାଗ ଶୁଖିଲା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଏଣିକି କମିବ ବର୍ଷା ଓ ବଢ଼ିବ ଶୀତ । ୪୮ ଘଣ୍ଟା ରେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ବାତ୍ୟ ପେଥେଇ ଦୁର୍ବଳ ହେବା ପରେ କୁହୁଡ଼ି ସହିତ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ୪୮ ଘଣଅଟାରେ ୧୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପେଥେଇ ପ୍ରଭାବରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ ୯୭ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ସହିତ କୋହଲା ପାଗ ରହିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।

ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ସାମୁଦ୍ରିକ ଝଡ଼ ପ୍ରଭାବରେ ରାଜ୍ୟର ୧୦୦ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । କୌଣସି ସ୍ଥାନରୁ କ୍ଷୟକ୍ଷତିର ରିପୋର୍ଟ ଆସିନି । ରିପୋର୍ଟ ଆସିଲେ କ୍ଷତିପୂରଣ ଦିଆଯିବ । ଚାଷୀମାନେ ପ୍ରାକ୍ ସୂଚନା ପାଇଥିଲେ । ଅମଳ ହୋଇ ବିଲରେ ଥିବା ଧାନ ବା ମଣ୍ଡିରେ ଥିବା ଧାନ ବିଶେଷ କିଛି ନଷ୍ଟ ହୋଇନି ବୋଲି ଆଶା କରାଯାଉଛି । ତଥାପି ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ପାଇବା ପରେ ଯଦି କୌଣସି କ୍ଷୟକ୍ଷତିର ସୂଚନା ମିଳେ ତେବେ ଏନେଇ ଆଲୋଚନା କରାଯିବ ।

ହଗ କରନ୍ତୁ ଯନ୍ତ୍ରଣା ଦୂରାନ୍ତୁ, ଆଲିଙ୍ଗନ ଦୂର କରେ କଷ୍ଟ