ନନ୍ଦନକାନନରେ ଧଳାବାଘୁଣୀ ବିଜୟା ଜନ୍ମଦେଲା ୩ ଶାବକ

ଭୁବନେଶ୍ୱର : ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନ ପାଇଁ ଖୁସି ଖବର ଆସିଛି। ଏଠାରେ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ । ଏ କଥା ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତ୍ତୃପକ୍ଷ ସୂଚନା ଦେବା ସହ ଫଟୋ ଓ ଭିଡିଓ ଜାରି କରିଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ ସହିତ ମିଳନରୁ ଗର୍ଭଧାରଣର ୧୦୪ ଦିନରେ ଶାବକ ୩ଟି ଜନ୍ମ ଲାଭ କରିଛନ୍ତି। ଛୁଆ ଦୁଇଟିଙ୍କର ଲିଙ୍ଗ ଓ ରଙ୍ଗ ଚିହ୍ନଟ ହୋଇପାରିନାହିଁ।
ବିଜୟା ୨୦୧୦ ମସିହା ମାର୍ଚ୍ଚ ମାସ ୧ ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ରୋଷନ ଓ ଧଳାବାଘୁଣୀ କୁସୁମଙ୍କ ମିଳନରୁ ଜନ୍ମିତ ।ବିଜୟା ୨୦୧୬ ମସିହା ଅଗଷ୍ଟ ୯ତାରିଖରେ ରୋଷନ ସହ ମିଳନରୁ ପ୍ରଥମ ଗର୍ଭରୁ ଆଦିତି (ନାଲି) ଓ ସାହିଲ (ଧଳା)ଙ୍କୁ, ଦ୍ୱିତୀୟ ଗର୍ଭରୁ ୨୦୧୮ ମସିହା ସେପ୍ଟେମ୍ବର ୨୩ତାରିଖରେ ରୋଷନ ଔରସରୁ ରାଜେଶ (ଧଳା) ଓ ରୂପା (ନାଲି)ଙ୍କୁ ଜନ୍ମ ଦେଇଥିଲା। ଆଜକୁ ମିଶାଇ ବିଜୟା ୩ ଥର ଗର୍ଭଧାରଣ କରି ମୋଟ ୬ଟି ଶାବକଙ୍କୁ ଜନ୍ମ ଦେଇଛି।

three white tiger cub burned in nandankanana bhubaneswar