ଭୁଶୁଡିଲା ୩ ମହଲା କୋଠା; ଫଶି ରହିଛନ୍ତି ଅନେକ ଲୋକ ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ମୋହାଲି: ପଞ୍ଜାବର ମୋହାଲିରେ ଖରଡ-ଲାଣ୍ଡରା ରୋଡରେ ଫାଉଣ୍ଡେସନ ଖୋଳିବା ସମୟରେ ୩ ମହଲା କୋଠା ଭୁଶୁଡି ପଡିଛି । ଫଳରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ସ୍ଥାନୀୟ ଲୋକ ଭଗ୍ନାବଶେଷ ତଳୁ ଲୋକଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଶନିବାର ସରକାରୀ ଛୁଟି କାରଣରୁ କର୍ମଚାରୀଙ୍କ ଅଭାବ ପରଲଖିତ ହୋଇଛି। ଏହି କାରଣରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ୧୦ ରୁ ୧୨  ଜେସିବି ଭଗ୍ନାବଶେଷକୁ ହଟାଉଛି। ଅନ୍ୟପଟେ ୧୨ ଆମ୍ବୁଲାନ୍ସକୁ ଜରୁରୀକାଳୀନ ସ୍ଥିତିରେ ରଖାଯାଇଛି।

ସୂଚନା ଅନୁଯାୟୀ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ୧୦ ରୁ ୧୫ ଜଣ  ଫସି ରହିଥିବା ଆଶଙ୍କା କରାଯାଉଛି। ଏନଡିଆରଏଫ ଦଳ ଗ୍ୟାସ୍ କଟର, ଟର୍ଚ୍ଚ, ଲାଇଟର ଓ ରସି  ଜରିଆରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତ୍ଵରାନ୍ଵିତ କରୁଛନ୍ତି।