ଝିଅ ବୟସର ନାବାଳିକାକୁ ଛାଡିଲେନି : ବାପାଙ୍କ ୩ ସାଙ୍ଗଦ୍ୱାରା ଦୁଷ୍କର୍ମର ଶୀକାର ହେଲେ ନାବାଳିକା

ନୂଆଦିଲ୍ଲୀ : ପିଲାବେଳୁ ବାପାଙ୍କ ସାଙ୍ଗ ମାନଙ୍କୁ ନିଜ ଘରକୁ ଯିବା ଆସିବା କରିବା ଦେଖୁଥିଲା ନାବାଳିକା । ହେଲେ ବାପାଙ୍କ ସାଙ୍ଗଯେ ଦୁଷ୍କର୍ମ କରିବେ ତାହା କେହି କେବେ ହେଲେ ଭାବିନଥିଲେ । ଦିଲ୍ଲୀର ଉତମ ନଗରୀରେ ଜମେ ନାବାଳିକା ତାର ବାପାଙ୍କ ତିନି ଜଣ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି । ଏହି ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ପୀଡିତା ନାବାଳିକା ତାଙ୍କ ବାପାଙ୍କ ସହ ନିଜ ଦାଦା -ଖୁଡିଙ୍କ ଘରେ ରହୁଥିଲେ । ବାପାଙ୍କ ତିନିଜଣ ବନ୍ଧୁ ତାଙ୍କ ଘରକୁ ବିଭିନ୍ନ ସମୟରେ ଯାଆସ କରନ୍ତି । ଘରେ ପୀଡିତାର ବାପା,ଦାଦା କି ଖୁଡି କେହି ନଥିବା ସମୟରେ ଦୁଷ୍କର୍ମ କରିବାପରେ ଅନ୍ୟ ସାଥି ମାନଙ୍କୁ ଜଣାଇଥିଲା । ଏହା ପରେ ତିନିଜଣ ଯାକ ନାବାଳିକାକୁ ଧମକ ଚମକ ଦେଇ ତାର ବାପାକୁ ମାରିଦେବେ ବୋଲି ଭୟ ଦେଖାଇ ଦୁଷ୍କର୍ମ କରିଥିଲେ । ନିଜ ବାପାଙ୍କ ସାଙ୍ଗ ଦ୍ୱାରା ଏକାଧିକ ଧର ଦୁଷ୍କର୍ମର ଶୀକାର ହୋଇ ପୀଡିତା ଶେଷରେ ନିଜ ପରିବାରକୁ ଜଣାଇଥିଲା । ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।